This is a lesson plan in Science using 5E model. Please go through it and give your constructive suggestions.
Lipika
ବିଜ୍ଞାନ ଶିକ୍ଷଣ କାର୍ଯ୍ୟ
ଶ୍ରେଣୀ – ଷଷ୍ଠ
ଧାରଣା- ପତ୍ରର ଗଠନ
ଉଦ୍ଦେଶ୍ୟ –
ଶିକ୍ଷାର୍ଥୀମାନେ
•
ପତ୍ରର ବିଭିନ୍ନ ଅଂଶକୁ ଚିହ୍ନଟ କରିବେ ।
•
ମୌଳିକ ଓ ଯୌଗିକ ପତ୍ର ମଧ୍ୟରେ ପାର୍ଥକ୍ୟ ଦର୍ଶାଇବେ।
•
ପତ୍ରର ନାମାଙ୍କିତ ଚିତ୍ର ଅଙ୍କନ କରିବେ ।
(Engage )ସକ୍ରିୟାତ୍ମକ କାର୍ଯ୍ୟ : “ବରଷା କହେ ମାଟିରେ ତୁ ବତୁରି ବତୁରି ଯା”- ଅଭିନୟ ସଙ୍ଗୀତ
୧ . ଶିକ୍ଷକ ପିଲାମାନଙ୍କୁ ଗୋଲାକାରରେ ବସାଇବେ । ପତ୍ରକୁ ଆଧାର କରି ଗୋଟିଏ ଲେଖାଏଁ ବାକ୍ୟ କହିବାକୁ ସୂଚନା ଦେବେ । ବାକ୍ୟର ଯେପରି ପୁନରାବୃତ୍ତି ହେବ ନାହିଁ । ଯଥା- ଖଲି ପତ୍ରରେ ଦନା ତିଆରି ହୁଏ । ଥଣ୍ଡା ହେଲେ ତୁଳସୀ ପତ୍ରର ରସ ଖାଉ ।
ଆବଶ୍ୟକ ସ୍ଥଳେ ପିଲାମାନଙ୍କୁ ପତ୍ର ସମ୍ପର୍କିତ କେତେକ ପ୍ରଶ୍ନ ପଚାରିବେ। ଯଥା- କେଉଁ ସବୁ ପତ୍ରର ରଙ୍ଗ ଗାଢ ସବୁଜ ? କେଉଁ ପତ୍ରକୁ ବାଟି ଚଟଣି କରୁ ? (ଅନୌପଚାରିକ ଭାବେ ଏହି କାର୍ଯ୍ୟ ହେବ । )
୨. ଶିକ୍ଷକ ୪/୫ ଜଣ ପିଲାଙ୍କୁ ନେଇ ଗୋଟିଏ ଲେଖାଏଁ ଦଳଗଠନ କରିବେ ଓ କଳାପଟାରେ ଏକ ସାରଣୀ କରିବେ । ପିଲାମାନଙ୍କୁ ବ୍ୟକ୍ତିଗତ ଭାବେ ଖାତାରେ ସେହିପରି ସାରଣୀ କରିବାକୁ କହିବେ।
ସାରଣୀ
୧ – (ଅନୁମାନ କରି ନିଜ ଅଭିଜ୍ଞତା କୁ ବ୍ୟବହାର କରି ସାରଣୀ ପୂରଣ କରିବେ । )
ପତ୍ରର ନାମ
|
ପତ୍ରର ଚିତ୍ର
|
ରଙ୍ଗ
|
ଆକାର - ବଡ/ ସାନ
|
ଆକୃତି
|
ଧାର
|
ଅନ୍ୟାନ୍ୟ
|
|
|
|
|
|
|
|
ଶିକ୍ଷକ ବିଦ୍ୟାଳୟ ପରିସରରେ ଥିବା ଗଛଗୁଡିକୁ ଦେଖି, ସେଥିମଧ୍ୟରୁ ଯେ କୌଣସି ଗୋଟିଏ ଗଛର ପତ୍ରର ନାମ ସାରଣୀର ପ୍ରଥମ ସ୍ତମ୍ଭରେ ଲେଖିବେ। ପ୍ରତି ଦଳ ପାଇଁ ଅଲଗା ଗଛ ର ନାମ ଲେଖିବେ। ପ୍ରତ୍ୟେକ ପିଲା ବ୍ୟକ୍ତିଗତ ଭାବେ ଦଳରେ ବସି ( ପତ୍ର ନ ଦେଖି) ସାରଣୀଟିକୁ ପୂରଣ କରିବ ।
•
(Explore and explain) ପ୍ରତି ଦଳକୁ ଗୋଟିଏ ଗଛର ପତ୍ରକୁ ( ସାରଣୀ ରେ ଲେଖଥିବା ପତ୍ର ଅନୁସାରେ ) ବାହାରକୁ ଯାଇ ପର୍ଯ୍ୟବେକ୍ଷଣ କରିବାକୁ କହିବେ। ପିଲାମାନେ ବ୍ୟକ୍ତିଗତ ଭାବେ ବିଦ୍ୟାଳୟ ପରିସରରେ ଥିବା ସେହି ଗଛର ପତ୍ର କୁ ପର୍ଯ୍ୟବେକ୍ଷଣ କରି ସାରଣୀକୁ ପୂରଣ କରିବେ। ପର୍ଯ୍ୟବେକ୍ଷଣ ସମୟରେ ଦଳର ଅନ୍ୟ ପିଲାଙ୍କ ସହିତ ଆଲୋଚନା କରିବେ । ଶିକ୍ଷକ ପର୍ଯ୍ୟବେକ୍ଷଣ ସମୟରେ ପିଲାମାନଙ୍କ କାର୍ଯ୍ୟକୁ ତଦାରଖ କରିବେ ।
ସାରଣୀ ୨ – ପର୍ଯ୍ୟବେକ୍ଷଣ ପରେ ସାରଣୀ ପୂରଣ କରିବେ ।
ପତ୍ରର ନାମ
|
ପତ୍ରର ଚିତ୍ର
|
ରଙ୍ଗ
|
ଆକାର - ବଡ/ ସାନ
|
ଆକୃତି
|
ଧାର
|
ଅନ୍ୟାନ୍ୟ
|
|
|
|
|
|
|
|
•
ପିଲାମାନେ ଦଳରେ ବସି ପର୍ଯ୍ୟବେକ୍ଷଣ ପୂର୍ବରୁ ଅନୁମାନ କରି ଓ ପର୍ଯ୍ୟବେକ୍ଷଣ ପରେ କରିଥିବା ସାରଣୀକୁ ବିଶ୍ଳେଷଣ କରିବେ । ପ୍ରତି ଦଳ ସେମାନଙ୍କ ସାରଣୀକୁ ଉପସ୍ଥାପନ କରିବେ । ପିଲାମାନଙ୍କ ସହାୟତାରେ ଶିକ୍ଷକ ଆଲୋଚନା ଓ ସଙ୍ଖେପଣ କରିବେ ।
ସଙ୍ଖେପଣ
•
ସବୁ ପତ୍ରର ରଙ୍ଗ ସମାନ ନୁହେଁ ।
•
କେତେକ ଗଛର ପତ୍ର ବଡ ଓ କେତେକ ଗଛର ପତ୍ର ସାନ ।
•
କେତେକ ଗଛ ର ପତ୍ର ଗୋଲାକାର ଓ କେତେକ ଗଛର ପତ୍ର ଲମ୍ବାଳିଆ ।
•
ପତ୍ରଗୁଡ଼ିକ ଓସାରିଆ / ସରୁ / ଅଣ୍ଡାକୃତିର ।
•
କେତେଗୁଡିଏ ପତ୍ରର ଧାର ସମାନ ନୁହେଁ ।
•
କେତେକ ଗଛର ପତ୍ରର ଧାର ଦନ୍ତୁରିତ ଓ କେତେକ ଗଛର ଧାର ଦନ୍ତୁରିତ ନୁହେଁ ।
୩. ଶିକ୍ଷକ ପ୍ରତି ଦଳକୁ ବହିରେ ଥିବା ପୃଷ୍ଠା ୪୮ ର ମନ୍ଦାର ପତ୍ରର ନାମାଙ୍କିତ ଚିତ୍ର ଦେବେ ଓ ମନ୍ଦାର ପତ୍ର ମଧ୍ୟ ଗୋଟିଏ ଲେଖାଏଁ ଦେବେ ।
•
ପିଲାମାନେ ଚିତ୍ର ଦେଖି ଆଲୋଚନା କରି ମନ୍ଦାର ପତ୍ରର ବିଭିନ୍ନ ଅଂଶକୁ ଚିହ୍ନଟ କରିବେ। ବ୍ୟକ୍ତିଗତ ଭାବେ ମନ୍ଦାର ପତ୍ରର ଚିତ୍ର ଅଙ୍କନ କରିବେ ।
•
ଏହି ଚିତ୍ରକୁ ନେଇ ପତ୍ରର ବିଭିନ୍ନ ଅଂଶ ଉପରେ ଖୋଲା ଆଲୋଚନା କରିବେ ।
୪. ଶିକ୍ଷକ ପ୍ରତି ଦଳକୁ ଗୋଟିଏ ଲେଖାଏଁ ମୌଳିକ ( ଆମ୍ବ , ପଣସ , ବର, ଶାଳ, ପଳାଶ ଇତ୍ୟାଦି ) ଓ ଯୌଗିକ ( ସଜନା, କୃଷ୍ଣଚୂଡା, ତେନ୍ତୁଳି, ନିମ୍ବ, ବେଲ, ଗୋଲାପ ) ପତ୍ର ଦେବେ ।
•
ଦୁଇ ପ୍ରକାର ପତ୍ର ମଧ୍ୟରେ କଣ ପାର୍ଥକ୍ୟ ଦେଖୁଛନ୍ତି ଦଳରେ ଆଲୋଚନା କରିବେ ।
•
ଦୁଇ ପ୍ରକାର ପତ୍ରର ବିଭିନ୍ନ ଅଂଶକୁ ଖାତାରେ ଚିତ୍ର କରି ନାମାଙ୍କିତ କରିବେ । ଏହାପରେ ଦଳଗତ ଉପସ୍ଥାପନ କରିବେ ।
•
ଶିକ୍ଷଙ୍କ ସଙ୍ଖେପଣ : ଶିକ୍ଷକ ଦୁଇ ପ୍ରକାର ପତ୍ରକୁ ଧରି ଆଲୋଚନା ମାଧ୍ୟମରେ ମୌଳିକ ଓ ଯୌଗିକ ପତ୍ରର ଧାରଣା ଦେବେ ।
•
ଆମ୍ବ, ପଣସ , ଅମୃତଭଣ୍ଡା ଆଦି ପତ୍ରର ଓସାରିଆ ଅଂଶକୁ ଫଳକ କୁହାଯାଏ । ଏହି ପତ୍ରଗୁଡ଼ିକ ମୌଳିକ ପତ୍ର ।
•
ସଜନା ପତ୍ର, ବେଲ ପତ୍ର , କୃଷ୍ଣଚୂଡା ଇତ୍ୟାଦି ପତ୍ରର ଫଳକଟି ଛୋଟ ଛୋଟ ଅଂଶରେ ବିଭକ୍ତ ହୋଇଥାଏ , ସେହି ଛୋଟ ଅଂଶଗୁଡ଼ିକୁ ପତ୍ରକ କୁହାଯାଏ ।
•
ପ୍ରତ୍ୟେକ ପତ୍ରକରେ ମଧ୍ୟ ଛୋଟ ଛୋଟ ଡେମ୍ଫ ଥାଏ । ବେଳେ ବେଳେ ପତ୍ରକ ଟି ପତ୍ର ଭଳି ଦେଖାଗଲେ ମଧ୍ୟ ଏହା ପତ୍ର ନୁହେଁ , ଏହା ଫଳକର ଗୋଟିଏ ଅଂଶ ମାତ୍ର । ଏହିଭଳି ପତ୍ରକ ଥିବା ପତ୍ରକୁ ଯୌଗିକ ପତ୍ର କୁହାଯାଏ ।
•
( Elaborate) ପରିବେଶରେ ଦେଖୁଥିବା ଦୁଇଟି ମୌଳିକ ଓ ଯୌଗିକ ପତ୍ରର ଉଦାହରଣ ଦିଅ ।
୫. ( Evaluate) ମୂଲ୍ୟାୟନ
•
ନିମ୍ନରେ ଦିଆଯାଇଥିବା ପତ୍ରର ବିଭିନ୍ନ ଅଂଶକୁ ଚିହ୍ନଟ କର ।
•
ଊପରୋକ୍ତ ଦୁଇଟି ପତ୍ରର ଚିତ୍ର ମଧ୍ୟରୁ କେଉଁଟି ମୌଳିକ ଓ କେଉଁଟି ଯୌଗିକ – କାହିଁକି ?
•
ପ୍ରକଳ୍ପ କାର୍ଯ୍ୟ –
୧ ବିଭିନ୍ନ ପ୍ରକାର ପତ୍ର ସଂଗ୍ରହ କରି ଏକ ଆଲବମ ପ୍ରସ୍ତୁତ କର । ପ୍ରତ୍ୟେକ ପତ୍ର ପାଖରେ ପତ୍ରର ନାମ , ରଙ୍ଗ, ଆକୃତି, ଧାର, ମୌଳିକ/ ଯୌଗିକ ଲେଖିବେ। ପ୍ରସ୍ତୁତ କଲା ପରେ ଶ୍ରେଣୀରେ ଉପସ୍ଥାପନ କରାଯାଇ ଆଲୋଚନା କରାଯିବ।
୨ ପତ୍ର କୁ ନେଇ ବିଭିନ୍ନ ଆକୃତି କର ।
----------------------