Dear Friends,
Please go through the PPT, this PPT was developed for transacting FC 4 unit 2 of D.El.Ed course.
Please suggest for further improvement.
Regards
Lipika Sahu
https://www.slideshare.net/secret/3UAHdyRqF1MF1Z
ସାଧାରଣ ତଥ୍ୟ (General Information)
|
ପାଠ ଉଦ୍ଦେଶ୍ୟ(Lesson Objectives)
|
ଶିକ୍ଷଣ ସାମଗ୍ରୀ (Learning Materials)
|
|||||||||||||||||||||||||||||||||||||||||
ତାରିଖ :
ବିଦ୍ୟାଳୟ :
ସମୟ :
ଶ୍ରେଣୀ :
ନିର୍ଘଣ୍ଟ :
ବିଷୟ :
ପ୍ରସଙ୍ଗ :
|
ଶିକ୍ଷାର୍ଥୀ,
1.କ୍ରାନ୍ତୀୟ ଚିରହରିତ ଓ ପର୍ଣ୍ଣମୋଚୀ ଅରଣ୍ୟର ଅବସ୍ଥିତିକୁ ବର୍ଣନା
କରିବେ ।
2. କ୍ରାନ୍ତୀୟ ଚିରହରିତ ଓ ପର୍ଣ୍ଣମୋଚୀ ଅରଣ୍ୟର ବୃଷ୍ଟିପାତ, ତାପମାତ୍ରା, ବୃକ୍ଷଲତା ଓ ଭୂମି ବିଷୟରେ
କହିବେ ।
3.କ୍ରାନ୍ତୀୟ ଚିରହରିତ ଓ ପର୍ଣ୍ଣମୋଚୀ ଅରଣ୍ୟର ଆବଶ୍ୟକତାକୁ
ବୁଝାଇବେ ।
4.କ୍ରାନ୍ତୀୟ ଚିରହରିତ ଓ ପର୍ଣ୍ଣମୋଚୀ ଅରଣ୍ୟ ମଧ୍ୟରେ ପାର୍ଥକ୍ୟ
ଦର୍ଶାଇବେ ।
|
ଭାରତର ଅରଣ୍ୟ ଚିତ୍ର, ପ୍ରାକୃତିକ ଉଦ୍ଭିଦ ମାନଚିତ୍ର, ରାଜନୈତିକ
ମାନଚିତ୍ର, Video clipping, ପାଠ୍ୟ ପୁସ୍ତକ, ରଙ୍ଗଡଭା,
ତୂଳି, ପ୍ରଶ୍ନକାର୍ଡ
|
|||||||||||||||||||||||||||||||||||||||||
Stage
(ସୋପାନ)
|
Learning Outcomes
(ଶିକ୍ଷଣ ଫଳ)
|
Learning Process
ଶିକ୍ଷଣ ପ୍ରକ୍ରିୟା
|
Learning Materials /
B. B. Work
ଶିକ୍ଷଣ ସାମଗ୍ରୀ / କଳାପଟା କାର୍ଯ୍ୟ
|
||||||||||||||||||||||||||||||||||||||||
Engage
Explore
Explain
Elaborate
Evaluation
|
ପୂର୍ବଜ୍ଞାନ ବିଷୟରେ ଆଲୋଚନା (ଅରଣ୍ୟ ଓ ତାର ଭିନ୍ନତା ଓ ସମତା
ଦର୍ଶାଇବେ )
କ୍ରାନ୍ତୀୟ ଚିରହରିତ ଓ ପର୍ଣ୍ଣମୋଚୀ ଅରଣ୍ୟ ଅବସ୍ଥିତିର ଧାରଣା
ଉପସ୍ଥାପନ କରିବେ
ବୃଷ୍ଟପାତ,
ବୃକ୍ଷଲତା ଓ ଏଗୁଡିକର ଆବଶ୍ୟକତା ଲେଖିବେ
ଅରଣ୍ୟର ପାର୍ଥକ୍ୟ, ସମତା, ଆବଶ୍ୟକତା କହିବେ
ଓଡିଶାରେ ଓ ଭାରତରେ କେଉଁ ଅଞ୍ଚଳରେ ଚିରହରିତ ଅରଣ୍ୟ ଓ
ପର୍ଣ୍ଣମୋଚୀ ଅରଣ୍ୟ ତା’ର ଉଦ୍ଧହରଣ
ଦେବେ
କ୍ରାନ୍ତୀୟ ପର୍ଣ୍ଣମୋଚୀ ଓ କ୍ରାନ୍ତୀୟ ଚିରହରିତ ଅରଣ୍ୟ
ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବେ
|
ଶିକ୍ଷକ ଭାରତରେ
ଦେଖାଯାଉଥିବା ବିଭିନ୍ନ ପ୍ରକାର ଅରଣ୍ୟର ଚିତ୍ର କିମ୍ବା Video Cliping ଦେଖାଇ ନିମ୍ନ ପ୍ରଶ୍ନଗୁଡିକୁ
ପଚାରି ଆଲୋଚନା ଆରମ୍ଭ କରିବେ ।
· କେତେ ପ୍ରକାର ଅରଣ୍ୟ ଦେଖୁଛ ?
· ଏହି ଅରଣ୍ୟ ମାନଙ୍କ ମଧ୍ୟରେ କି ପ୍ରକାର ଭିନ୍ନତା ଓ ସମତା ଲକ୍ଷ୍ୟ
କରୁଛ?
· ଏହି ପ୍ରକାର ଭିନ୍ନତାର କାରଣ କ’ଣ ହୋଇପାରେ ।
ସଂକ୍ଷେପଣ:
ଏକ ପ୍ରକାରର ବୃକ୍ଷ
ବିଭିନ୍ନ ପ୍ରକାର ଅରଣ୍ୟରେ ଦେଖାଯାଉଛି । ବିଭିନ୍ନ ପ୍ରକାର ବୃକ୍ଷ ଏକ ଅରଣ୍ୟରେ ଦେଖାଯାଉଛି
। ଜଳବାୟୁର ଉପାଦାନ ଓ ଭୌଗୋଳିକ ଅବସ୍ଥିତି ଏଥିପାଇଁ ଦାୟୀ । ଆଜି ସେହି ବିଷୟରେ ଆଲୋଚନା
କରିବା ।
ଶିକ୍ଷଣ କାର୍ଯ୍ୟ -୧
ଶିକ୍ଷକ ପ୍ରଥମେ
ପୂର୍ଣ୍ଣ ଶ୍ରେଣୀକୁ ୪/୫ଟି ଦଳରେ ବିଭକ୍ତ କରିବେ । ପ୍ରତିଦଳ ୪/୫ ଟି ପିଲାଙ୍କୁ ନେଇ ଗଠିତ
ହେବ । ପ୍ରତିଦଳକୁ ଭାରତର ପ୍ରକୃତିକ ଉଦ୍ଭିଦ ମାନଚିତ୍ର ଓ ରାଜନୈତିକ ମାନଚିତ୍ର ଦିଆଯିବ
। ଚିରହରିତ ଓ ପର୍ଣ୍ଣମୋଚୀ ଅରଣ୍ୟର ରଙ୍ଗକୁ
ଦେଖି ଶିକ୍ଷାର୍ଥୀମାନେ ନିଜ ନିଜ ଦଳରେ ମାନଚିତ୍ରରେ ଥିବା ଅଞ୍ଚଳ/ରାଜ୍ୟ ଗୁଡିକୁ ସେହି
ନିର୍ଦ୍ଧିଷ୍ଟ ରଙ୍ଗ ଦ୍ଵାରା ନିରୂପଣ କରିବେ ଏବଂ ଅନ୍ୟ ଦଳ ମଧ୍ୟରେ ଅଦଳବଦଳ କରି ଠିକ କରି
ନେବେ ।
ଶିକ୍ଷଣ କାର୍ଯ୍ୟ -୨
ଶିକ୍ଷକ ନିର୍ଦ୍ଧିଷ୍ଟ ପାଠ୍ୟପୁସ୍ତକଟିକୁ
(ପୃଷ୍ଠା 67-68) ଶିକ୍ଷର୍ଥୀ ମାନଙ୍କୁ ୬/୭ ମିନିଟ ସମୟରେ ପଢିବା ପାଇଁ କହିବେ । ଶିକ୍ଷକ
ଶିକ୍ଷାର୍ଥୀ ମାନଙ୍କୁ ବହିରେ ଚିରହରିତ ଓ ପର୍ଣ୍ଣମୋଚୀ ଅରଣ୍ୟର କେଉଁ ସବୁ ଦିଗ ଉପରେ ଆଲୋଚନା
କରାଯାଇଛି ତାହା କହିବା ପାଇଁ ସୂଚନା ଦେବେ ।
(ଶିକ୍ଷକ-ବୃଷ୍ଟିପାତ,
ଅରଣ୍ୟ, ବୃକ୍ଷଲତା, ଅଞ୍ଚଳ ଓ ଆବଶ୍ୟକତା-
ଏହି ଦିଗ ଗୁଡିକ ବିଷୟରେ କହିବେ ଓ
ଦିଆଯାଇଥିବା ସାରଣୀ ପୂରଣ କରିବେ) ।
ଶିକ୍ଷାର୍ଥୀମାନେ ବହି
ନଦେଖି ସାରଣୀ ପୂରଣ କରିବେ । ଗୋଟିଏ ଦଳରେ ଉତ୍ତର ଅନ୍ୟଦଳ ବହି ଦେଖି ସଂଶୋଧନ କରିବେ।
ଶ୍ରେଣୀରେ ସରଣିତିକୁ ଦଳଗତ ଭିତରେ ଉପସ୍ଥାପନ କରିବେ । ଶିକ୍ଷକ ସଂକ୍ଷେପଣ କରିବେ ।
ସାରଣୀ ୧
ଶିକ୍ଷକ ନିମ୍ନ ପ୍ରଶ୍ନ
ଗୁଡିକ ଶିକ୍ଷାର୍ଥୀ ମାନଙ୍କୁ ପଚାରି ସେଗୁଡିକର ଉତ୍ତର ଶ୍ରେଣୀରେ ଆଲୋଚନା କରିବେ ।
ଆଲୋଚନା ପ୍ରଶ୍ନ:
1.
ଚିରହରିତ ଅରଣ୍ୟର
ନାମକରଣ ଯଥାର୍ଥତା ବୁଝାଅ ।
2.
ପର୍ଣ୍ଣମୋଚୀ ଅରଣ୍ୟରେ
ବୃଷ୍ଟି ଗୁଡିକ ଏକ ନିର୍ଦ୍ଧିଷ୍ଟ ସମୟରେ ପତ୍ରଝଡା ଦେଇଥାନ୍ତି, କାହିଁକି?
3.
ଚିରହରିତ ଅରଣ୍ୟ ଓ
ପର୍ଣ୍ଣମୋଚୀ ଅରଣ୍ୟ ମଧ୍ୟରେ ଥିବା ପାର୍ଥକ୍ୟ ଗୁଡିକ ଦର୍ଶାଅ
ଶିକ୍ଷଣ କାର୍ଯ୍ୟ -୩
ଦଳରେ ଆଲୋଚନା କରି
ଓଡିଶାରେ ଓ ଭାରତରେ ଅରଣ୍ୟର ବାହୁଲତା ଓ ବିବିଧତା ସମ୍ପର୍କରେ ପ୍ରଶ୍ନ କାର୍ଡ ରେ ଥିବା
ନିମ୍ନ ପରସନ୍ର ଉତ୍ତର ଦେବେ ।
1.
ଚିରହରିତ ଅରଣ୍ୟ ଓ
ପର୍ଣ୍ଣମୋଚୀ ଅରଣ୍ୟ ଓଡିଶାର କେଉଁ କେଉଁ ଅଞ୍ଚଳରେ ଦେଖାଯାଏ ?
2.
ଭାରତରେ କେଉଁ ପ୍ରକାର
ଅରଣ୍ୟ ବହୁଳ ପରିମାଣରେ ଦେଖାଯାଏ ଓ କାହିଁକି ?
3.
ଭାରତରେ ପର୍ଣ୍ଣମୋଚୀ ଅରଣ୍ୟ ନଥିଲେ କି ପ୍ରକାର
ପରିସ୍ଥିତି ସୃଷ୍ଟି ହୋଇଥାନ୍ତା ?
4.
ପଶ୍ଚିମଘାଟ ପର୍ବତମାଳାର
ପୂର୍ବ ପଶ୍ଚିମ ପାର୍ଶ୍ଵରେ ଭିନ୍ନ ଭିନ୍ନ ପ୍ରକାରର ପର୍ଣ୍ଣମୋଚୀ ଅରଣ୍ୟ ଦେଖାଯାଏ କାହିଁକି?
ଶିକ୍ଷଣ କାର୍ଯ୍ୟ -୪
ପ୍ରଶ୍ନ ୧ – ‘କ’ ସ୍ତମ୍ଭରେ ଦିଆଯାଇଥିବା ପ୍ରତ୍ୟେକ ଅରଣ୍ୟକୁ ‘ଖ’ ସ୍ତମ୍ଭର ସମ୍ପୃକ୍ତ ବୃକ୍ଷ ସହ ଯୋଡି ଲେଖ ।
ପ୍ରଶ୍ନ ୨- ଭାରତର
ପଶ୍ଚିମ ଓ ଦକ୍ଷିଣ ପ୍ରାନ୍ତ ରାଜ୍ୟ ଗୁଡିକରେ ପର୍ଣ୍ଣମୋଚୀ ଅରଣ୍ୟ ଦେଖାଯାଏ କାହିଁକି ?
ପ୍ରଶ୍ନ ୩- ଓଡିଶାର ନଦୀ
ମାନଚିତ୍ର ଦେଖି କେଉଁ କେଉଁ ନଦୀର ଅବବାହିକା ଅଞ୍ଚଳରେ ପର୍ଣ୍ଣମୋଚୀ ଅରଣ୍ୟ ଦେଖାଯାଏ ସଙ୍କେତ
/ ରଙ୍ଗ ମାଧ୍ୟମରେ ଦେଖାଅ ।
ପ୍ରଶ୍ନ ୪ –
ପର୍ଣ୍ଣମୋଚୀ ଅରଣ୍ୟ ଓଡିଶାର ଅର୍ଥନିତୀକୁ କିପରି ପ୍ରଭାବିତ କରେ ? ଦୁଇଟି ଉଦାହରଣ ଦିଅ ।
ପ୍ରଶ୍ନ ୫- ଚିରହରିତ
ଅରଣ୍ୟର ବୃକ୍ଷ ଗୁଡିକ ପ୍ରତିଯୋଗୀତା କଲା ଭଳି ବଢନ୍ତି କାହିଁକି?
ଗୃହକର୍ମ:- ଭାରତର ରେଖାଙ୍କିତ ମାନଚିତ୍ର ଅଙ୍କନ କରି ସେଥିରେ ଚିରହରିତ ଓ
ପର୍ଣ୍ଣମୋଚୀ ଅରଣ୍ୟର ବୃକ୍ଷ ଗୁଡିକର ଚିତ୍ର ସଂଗ୍ରହ କରି ଉପଯୁକ୍ତ ଅଞ୍ଚଳରେ ଅଠାଦେଇ ଲଗାଅ ।
|
ଅରଣ୍ୟର ଚିତ୍ର, Video Cliping
ପ୍ରକୃତିକ ଉଦ୍ଭିଦ ଓ
ରାଜନୈତିକ ମାନଚିତ୍ର
ରଙ୍ଗ ଓ ତୁଳି
ବୃଷ୍ଟିପାତ, ଅରଣ୍ୟ, ବୃକ୍ଷଲତା
ପାଠ୍ୟପୁସ୍ତକ
ଶୁଷ୍କ ପର୍ଣ୍ଣମୋଚୀ
ଅରଣ୍ୟ
ଆର୍ଦ୍ର ପର୍ଣ୍ଣମୋଚୀ
ଅରଣ୍ୟ
· ଅରଣ୍ୟର ଗଛଗୁଡିକ ସବୁଜ ପତ୍ରରେ ବର୍ଷସାରା ଆଚ୍ଛାଦିତ ହୋଇ ସବୁଜ
ଦିଶନ୍ତି।
· ବର୍ଷାର ଅଭାବ
· ବର୍ଷସାରା ସବୁଜ-ପତ୍ରଝଡା ହୁଏ
· ଚିରହରିତ ଅରଣ୍ୟର କାଠ ବାଣିଜ୍ୟ ଉପୋଯୋଗୀ
· ପର୍ଣ୍ଣମୋଚୀ ଅରଣ୍ୟର କାଠ ରେ ମୂଲ୍ୟବାନ ସାମଗ୍ରୀ ହୁଏ
· ଆର୍ଦ୍ର ଅରଣ୍ୟ -ବୃଷ୍ଟିପାତ ଅଧିକ
· ପର୍ଣ୍ଣମୋଚି ଅରଣ୍ୟ –ସ୍ୱଳ୍ପ ବୃଷ୍ଟିପାତ
· ଆର୍ଦ୍ର ଅରଣ୍ୟ – ଘଞ୍ଚ
· ପର୍ଣ୍ଣମୋଚୀ –କମ ଘଞ୍ଚ
ପ୍ରଶ୍ନ କାର୍ଡ
|